ମାସିକ ରାଶିଫଳ - ମେ ୨୦୨୬

ବୈଶାଖ ଶୁକ୍ଲପକ୍ଷ ପୁର୍ଣିମା

Aries ମେଷ: ଚଳିତ ମାସରେ ଲଗ୍ନାଧିପତି ମଙ୍ଗଳ ୧୨ଶ ଭାବରେ ମୀନ ରାଶିରେ ଶନିଙ୍କ ସହ ଯୁକ୍ତ ହୋଇ ଗୋଚର କରିବେ। ଶରୀରରେ ଅସୁସ୍ଥତା ଅନୁଭବ କରିବେ। ମନରେ ଉତ୍ତେଜନା ଅନୁଭବ କରିବେ। ମନରେ ଭୟ ରହିବ। କର୍ମ ଓ ଆୟକୁ ନେଇ ଚିନ୍ତିତ ରହିବେ। ପରିବାରରେ କଳହ ଓ ଅଶାନ୍ତି ଦେଖାଦେବ। ପରିବାରରୁ ଆନନ୍ଦ ପାଇବା ପାଇଁ ଯତ୍ନଶୀଳ ହୋଇବେ। କେତେକ କ୍ଷେତ୍ରରୁ ଆର୍ଥିକ ସଙ୍କଟ କମିବ। ପରିବାରରେ ଭାଇ ମାନଙ୍କ ସହ ଅର୍ଥକୁ କେନ୍ଦ୍ର କରି ବିବାଦ ଉତ୍ପନ୍ନ ହୋଇବ। ସାମାଜିକ ସମ୍ମାନ ବୃଦ୍ଧି ପାଇବ। ସନ୍ତାନ ମାନଙ୍କର ଉନ୍ନତି ଦେଖି ଖୁସି ହୋଇବେ। ସନ୍ତାନ ବୃଦ୍ଧି ହେବାର ଯୋଗ ରହିଛି। କର୍ମ କ୍ଷେତ୍ରରେ ଅତ୍ୟଧିକ ଦାୟୀତ୍ଵ ବୃଦ୍ଧି ହେବାରୁ ଚିନ୍ତିତ ହୋଇବେ। ଉଚ୍ଚ ପଦସ୍ଥ ଅଫିସର ମାନଙ୍କର ଚାପ ଅଧିକ ରହିବ। କର୍ମ କ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ ହୋଇବ। ବ୍ୟବସାୟ କ୍ଷେତ୍ରରେ ଖରାପ ସ୍ଥିତି ଉତ୍ପନ୍ନ ହୋଇବ। ନିଷ୍ଠାର ସହିତ କର୍ମ କଲେ ମଧ୍ୟ କ୍ଷୟକ୍ଷତିର ସମ୍ଭାବନା ରହିଛି। ମହିଳା ମାନେ ପାରିବାରିକ ଜୀବନରେ ସୁଖୀ ହୋଇବେ। ବିଦ୍ୟାର୍ଥୀମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହୋଇବେ।

ଶୁଭ ଦିନ: ୧, ୨, ୮, ୯, ୧୦, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୩, ୨୪, ୨୫, ୨୬, ୨୭, ୨୮, ୨୯

TAURUSବୃଷ: ଚଳିତ ମାସରେ ଲଗ୍ନାଧିପତି ମାସ ଆରମ୍ଭ ପୂର୍ବରୁ ବୃଷ ରାଶିରେ ଗୋଚର କରୁଥିବାରୁ ମାସର ଅର୍ଦ୍ଧ ଭାଗ ପର୍ଯ୍ୟନ୍ତ ମନ ପ୍ରଫୁଲ୍ଲ ରହିବ। ଶରୀର ସୁସ୍ଥ ରହିବ। ମନୋବଳ ବୃଦ୍ଧି ହୋଇବ। ମନରେ ଉତ୍ସାହ ବୃଦ୍ଧି ପାଇବ। ସୌଖିନ୍ୟ ଦ୍ରବ୍ୟ କିଣିବାରେ ଆଗ୍ରହ ବଳିବ। ଦ୍ରବ୍ୟ କିଣାରେ ଅର୍ଥ ବ୍ୟୟ ହୋଇବ। ମନରେ ପ୍ରେମ ଭାବ ବୃଦ୍ଧି ପାଇବ। ଅବିବାହିତ ଲୋକ ମାନେ ନୂତନ ସମ୍ପର୍କ ଗଢିବେ। ନିଜେ ଏକା ନିଜର ଭବିଷ୍ୟତର ଉନ୍ନତି ପାଇଁ ଚେଷ୍ଟା କରିବେ। ଯାନବାହାନରେ ଆଘାତ ଲାଗିବାର ଯୋଗ ରହିଛି। ଦୂର ଭ୍ରମଣରେ ଯାଇ ଆନନ୍ଦିତ ହୋଇବେ। ସାମାଜିକ ସ୍ତରରେ ରାଜନୀତି କରି ସମ୍ମାନ ଲାଭ କରିବେ। ସନ୍ତାନକୁ କର୍ମ ବ୍ୟସ୍ତତାରେ ଅବହେଳା କରି ପାରନ୍ତି। ବନ୍ଧୁ ମାନଙ୍କ ସହିତ ଶତ୍ରୁତା ଉତ୍ପନ୍ନ ହୋଇବ। କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ପ୍ରଶଂସା ପାଇ ଆନନ୍ଦିତ ହୋଇବେ। ଦୁର୍ଘଟଣାର ଯୋଗ ଥିବାରୁ ସତର୍କ ରହିବା ଆବଶ୍ୟକ ହୋଇବ। ଚଳିତ ମାସରେ ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ପ୍ରାପ୍ତ ହୋଇବେ। ମାଲି ମକଦ୍ଧମାରେ ଅର୍ଥ କ୍ଷୟ ହୋଇବ। ଅଧିକ ସମୟ ନଷ୍ଟ ହୋଇବ। ମହିଳାମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ। ବିଦ୍ୟାର୍ଥୀ ମାନେ ଉତ୍ସାହ ହୀନ ଅନୁଭବ କରିବେ।

ଶୁଭ ଦିନ: ୧, ୨, ୩, ୪, ୧୧, ୧୨, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୧, ୨୨, ୨୫, ୨୬, ୨୭, ୨୮, ୨୯

GEMINIମିଥୁନ: ଚଳିତ ମାସରେ ଲଗ୍ନାଧିପତି ଏକାଦଶ ଗୃହ ମେଷ ରାଶିରେ ରବିଙ୍କ ସହ ଯୁକ୍ତ ହୋଇ ମେଷ ରାଶିରେ ଗୋଚର କରୁଥିବା ସମୟରେ ଚନ୍ଦ୍ରଙ୍କର ଦୃଷ୍ଟିରେ ରହିବେ। ଶରୀର ସୁସ୍ଥ ରହିବ। ମନ ପ୍ରଫୁଲ୍ଲ ରହିବ। ନିଜର ଆର୍ଥିକ ଉନ୍ନତି ପାଇଁ ଚିନ୍ତିତ ରହିବେ। ମନୋବଳ ଅଧିକ ରହିବ। ଶତ୍ରୁ ମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାରେ ସକ୍ଷମ ହୋଇବେ। ଶରୀରରେ ଥିବା ପୁରାତନ ରୋଗରୁ ମୁକ୍ତି ପାଇ ପାରିବେ। ପରିବାରର ଉପଯୁକ୍ତ ଭାବରେ ଦାୟୀତ୍ଵ ସମ୍ପାଦନ କରି ପରିବାରରେ ଶାନ୍ତି ପ୍ରତିଷ୍ଠା କରିପାରିବେ। ସନ୍ତାନ ମାନଙ୍କର ଯତ୍ନ ନେଇପାରିବେ। ପରିବାରର ଅନ୍ୟ ବ୍ୟକ୍ତି ମାନେ ଆପଣଙ୍କର କଥାକୁ ସ୍ଵୀକାର କରିବେ। ପରୋକାରରେ ମନ ବଳିବ। କର୍ମରେ ଏକାଗ୍ରତା ବୃଦ୍ଧି ହୋଇବ। କେତେକ ଆର୍ଥିକ ପ୍ରୟାସରେ ବିଫଳ ହୋଇପାରନ୍ତି। ମାସର ଅର୍ଦ୍ଧ ଭାଗ ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବେ। ହଜମରେ ସମସ୍ଯା ଦେଖାଦେଇପାରେ। ଖାଦ୍ୟ ପେୟ ପ୍ରତି ବିଶେଷ ଯତ୍ନବାନ ହୋଇଲେ କଷ୍ଟରୁ ରକ୍ଷା ପାଇ ପାରିବେ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗିପାରେ। କର୍ମ କ୍ଷେତ୍ରରେ ବିରୋଧୀ ମାନେ ସମସ୍ଯା ଉତ୍ପନ୍ନ କରିବେ। ତଥାପି ଆନନ୍ଦର ସହିତ ଆପଣ କର୍ମରେ ଅଗ୍ରସର ହୋଇବେ। ବ୍ୟବସାୟରେ ଲାଭର ପରିମାଣ କମ ହୋଇବ। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ପଢାପଢିରେ ମନଯୋଗ ଲଗାଇବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୧୩, ୧୫, ୧୬, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ୩୦, ୩୧

Cancerକର୍କଟ: ଚଳିତ ମାସରେ ଲଗ୍ନାଧିପତି ଚନ୍ଦ୍ର ୪ର୍ଥ ଭାବ ତୁଳା ରାଶିରେ ଗୋଚର କରିବେ। ରବିଙ୍କ ଦୃଷ୍ଟିରେ ପ୍ରଭାବିତ ହୋଇବେ। ମନରେ ପାପ ଧାରଣା ଆସିବ। ଶରୀର ପ୍ରାୟ ସୁସ୍ଥ ରହିବ। ଛୋଟ ମୋଟ ରୋଗରେ ପୀଡିତ ହୋଇପାରନ୍ତି। ଥଣ୍ଡା, ଏଲେର୍ଜିକ ଭଳି ଛୋଟ ମୋଟ ସମସ୍ଯା ଦେଖାଦେଇପାରେ। ଯାନବାହାନ କିଣିବା ପାଇଁ ଆଗ୍ରହୀ ହୋଇବେ। ପରିବାରରେ କେତେକ କର୍ମକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉତ୍ପନ୍ନ ହୋଇବ। ଗୃହ କିମ୍ବା ଭୂମି କିଣିବା ପାଇଁ ଆଗ୍ରହୀ ହୋଇପାରନ୍ତି। ପରିବାରର ଲୋକଙ୍କ ଠାରୁ ନୂତନ ଦ୍ରବ୍ୟ ଲାଭ କରିପାରିବେ। ସୌଖିନ୍ୟ ଦ୍ରବ୍ୟ କିଣିବାରେ ଆଗ୍ରହ ରହିବ। କର୍ମର ଚାପ ଅଧିକ ରହିବ। ଅଧିକ କର୍ମ ଯୋଗୁ ବିରକ୍ତି ଭାବ ପ୍ରକାଶ କରିବେ। କୌଣସି ନୂତନ ବନ୍ଧୁଙ୍କ ଦ୍ଵାରା ଅର୍ଥ ଲାଭ ହୋଇବ। ଶତ୍ରୁ ମାନେ ବିଜୟୀ ହୋଇବେ। କୌଣସି ଏକ କାର୍ଯ୍ୟ ପାଇଁ ଯାତ୍ରା କରି ସଫଳତା ହାସଲ ହୋଇବ। ଚାକିରୀ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବ। କୁ ସଙ୍ଗରେ ପଡି ହଇରାଣ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ ହୋଇପାରିବେ। ବିଦ୍ୟା କ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇବ। ମହିଳା ମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୫, ୬, ୭, ୮, ୯, ୧୦, ୧୫, ୧୬, ୧୭, ୧୮, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୩୦, ୩୧

Leoସିଂହ: ଚଳିତ ମାସରେ ଲଗ୍ନାଧିପତି ରବି ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ମେଷ ରାଶିରେ ଉଚ୍ଚସ୍ଥ ଅବସ୍ଥାରେ ବୁଧଙ୍କ ସହିତ ଯୁକ୍ତ ହୋଇ ବୁଧାଦିତ୍ୟ ଯୋଗରେ ଗୋଚର କରିବେ। ଶରୀର ସୁସ୍ଥ ରହିବ। ମନୋବଳ ବୃଦ୍ଧି ପାଇବ। ଆତ୍ମ ବିଶ୍ବାସର ସହିତ ସମସ୍ତ କାର୍ଯ୍ୟରେ ଅଗ୍ରସର ହୋଇବେ। ସରକାରୀ ସ୍ତରରେ ଅଟକି ଥିବା କାର୍ଯ୍ୟ ଗୁଡିକ ସମ୍ପୁର୍ଣ୍ଣ ହୋଇବ। ପିତାଙ୍କ ଠାରୁ ସହଯୋଗ ଲାଭ କରି ଖୁସି ହୋଇବେ। ପରିବାରରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ମତାନ୍ତରର ସମାଧାନ ହୋଇବ। ଆର୍ଥିକ ସ୍ଥିତିରେ ମଧ୍ୟମ ଧରଣର ଉନ୍ନତି ଘଟିବ। ସନ୍ତାନ ମାନଙ୍କର ପୂର୍ଣ୍ଣ ସହଯୋଗ ଲାଭ କରିପାରିବେ। ଶତ୍ରୁ ମାନେ ଆର୍ଥିକ କ୍ଷତିରେ ପକାଇବାକୁ ଚେଷ୍ଟା କରି ବିଫଳ ହୋଇବେ। ନୂତନ ଭୂମି କିମ୍ବା ଗୃହ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ସାମାଜିକ କାର୍ଯ୍ୟରେ ମନଯୋଗ ଦେଇ ପ୍ରଶଂସା ଲାଭ କରିପାରିବେ। ଚାକିରୀ କ୍ଷେତ୍ରରେ ବହୁ ସମସ୍ଯା ଦେଖାଦେବ। କର୍ମର ଚାପ ଅଧିକ ରହିବ। ଶତ୍ରୁ ମାନେ ସହଯୋଗ କରିବେ। ବ୍ଯବସାୟିକ ସ୍ଥିତି ଚଳିତ ମାସରେ ଲାଭଦାୟକ ହେବ ନାହିଁ। ବ୍ୟବସାୟରେ କ୍ଷୟକ୍ଷତିର ସମ୍ଭାବନା ଥିବାରୁ ବ୍ୟବସାୟରେ ସତର୍କ ରହିବା ଆବଶ୍ୟକ ହୋଇବ। ହଠାତ ବହୁ ଧନ ଲାଭର ଯୋଗ ରହିଛି। ମହିଳାମାନେ ସୁଖୀ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ।

ଶୁଭ ଦିନ: ୧, ୨, ୩, ୪, ୮,୯, ୧୦, ୧୧, ୧୨, ୧୭, ୧୮, ୧୯, ୨୦, ୨୩, ୨୪, ୨୫, ୨୬, ୨୭, ୨୮, ୨୯

Virgoକନ୍ୟା: ଚଳିତ ମାସରେ ଲଗ୍ନାଧିପତି ୮ ମ ଭାବ ମେଷ ରାଶିରେ ରବିଙ୍କ ସହିତ ଯୁକ୍ତ ହୋଇ ଗୋଚର କରିବେ। ଶରୀରରେ ଜୀବନୀ ଶକ୍ତି ଦୁର୍ବଳ ହୋଇବ। ମନୋବଳ ହ୍ରାସ ପାଇବ। ସମସ୍ତ କର୍ମରେ ବିଳମ୍ବ ହୋଇବ। ଛୋଟ ମୋଟ ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ। ଡାକ୍ତରୀ ପରୀକ୍ଷାରେ ଅର୍ଥ ଖର୍ଚ୍ଚ ହୋଇବ। ସରକାରୀ ସ୍ତରରେ ଅଟକି ଥିବା କାର୍ଯ୍ୟ ବିଳମ୍ବରେ ସମାଧାନ ହେବ। ମାଲି ମକଦ୍ଧମାରେ ହଇରାଣ ହରକତ ହୋଇ ପାରନ୍ତି। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଲାଭ କରିପାରିବେ। ଗୃହର ଐଶ୍ୟାନ କୋଣରୁ ଅର୍ଥ ଲାଭର ସୂଚନା ରହିଛି। ନୂତନ କର୍ମ ପ୍ରାପ୍ତି କରି ଆନନ୍ଦିତ ହୋଇବେ। ପରିବାରକୁ ନେଇ ଭ୍ରମଣ କରିବାକୁ ଯାଇପାରନ୍ତି। ଛୋଟ ମୋଟ ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। କର୍ମ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଚାକିରୀ କ୍ଷେତ୍ରରେ ସମସ୍ଯା ଦେଖାଦେବ। ନିର୍ମାଣ କାର୍ଯ୍ୟରେ ମନୋବଳ ଦୃଢ କରି କାର୍ଯ୍ୟ କରିପାରିବେ। ବ୍ୟବସାୟରେ ଅର୍ଥ ଲାଭର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ମହିଳାମାନେ ଗୃହର ସମସ୍ୟାକୁ ନେଇ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନେ ଅସଫଳ ହୋଇବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୧୧, ୧୨, ୧୩, ୧୪, ୧୭, ୧୮, ୧୯, ୨୦, ୨୧, ୨୨, ୨୫, ୨୬, ୨୭, ୨୮, ୨୯, ୩୦, ୩୧

Libraତୁଳା: ଚଳିତ ମାସ ଆରମ୍ଭରୁ ଲଗ୍ନାଧିପତି ଶୁକ୍ର ଅଷ୍ଟମ ଭାବରେ ବୃଷ ରାଶି ସ୍ଵ ଗୃହରେ ଗୋଚର କରୁଥିବାରୁ ସ୍ୱାସ୍ଥ୍ୟ ଉତ୍ତମ ରହିବ। ପୁରାତନ ରୋଗରୁ ଉପଶମ ମିଳିବ। ସୌଖିନ୍ୟ ଦ୍ରବ୍ୟରେ ଆଗ୍ରହ ବଳିବ। ସୁସ୍ଥ ଖାଦ୍ଯରେ ଆଗ୍ରହ ବଳିବ। ଦହି, ଛେନା, କ୍ଷୀର ଜାତୀୟ ଦ୍ରବ୍ୟ ଖାଇବାକୁ ପସନ୍ଦ କରିବେ। ଧର୍ମ କାର୍ଯ୍ୟରେ ଆଗ୍ରହ ବଳିବ। ଦେବତା ଓ ବ୍ରାହ୍ମଣଙ୍କ ପାଇଁ ଅର୍ଥ ବିନିଯୋଗ କରିବେ। ବିଚାର ଶକ୍ତି ହ୍ରାସ ପାଇବ। କପଟ, ଛଳନା କରିବାରେ ଆଗ୍ରହ ବଳିବ। ଆମିଷ ଦ୍ରବ୍ୟ ଖାଇବା ପାଇଁ ଆଗ୍ରହ ବଳିବ। ପରିବାରରେ ପରସ୍ପର ମଧ୍ୟରେ ଆତ୍ମୀୟ ଭାବ ହ୍ରାସ ପାଇବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ମତାନ୍ତର ଦେଖାଦେବ। ନୂତନ ମିତ୍ର ଲାଭ ହୋଇବ। ଆର୍ଥିକ ଲାଭ ହୋଇବ। କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତି ମାନଙ୍କ ପ୍ରଶଂସାର ପାତ୍ର ହୋଇପାରିବେ। ମାଲି ମକଦ୍ଧମାରେ ଅର୍ଥ ଖର୍ଚ୍ଚ ହୋଇବ। ଗୁରୁଜନଙ୍କ ଉପଦେଶକୁ ମାନି ଚଳିବାରେ ଯୋଗ ରହିଛି। ବ୍ୟବସାୟରେ ପୂର୍ବ ଦିଗରୁ ଅର୍ଥ ଲାଭ ହୋଇବ। ବହୁ ଦିନରୁ ମନରେ ଥିବା ଆଶା ବା ଅଭିଳାଷ ପୂର୍ଣ୍ଣ ହୋଇପାରେ। ମହିଳା ମାନେ ଧର୍ମ ଆଚରଣରେ ମନଯୋଗ ଦେବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ।

ଶୁଭ ଦିନ: ୧, ୨, ୭, ୮, ୯, ୧୦, ୧୩, ୧୪, ୧, ୧୬, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ୩୦, ୩୧

Scorpioବିଛା: ଚଳିତ ମାସରେ ଲଗ୍ନାଧିପତି ମଙ୍ଗଳ ମୀନ ରାଶିରେ ଶତ୍ରୁ ଶନିଙ୍କ ସହିତ ଯୁକ୍ତ ହୋଇ ଗୋଚର କରିବେ। ପଞ୍ଚମ ରେ ମଙ୍ଗଳ ଥିବାରୁ ସତ୍ୟ ଆଚରଣ କରିବେ। ମନରେ ଅବିଶ୍ଵାସ ଓ ସନ୍ଦେହ ଭାବ ଦେଖାଦେବ। ହଜମ ସମସ୍ଯା ଦେଖାଦେବ। ପେଟରେ ନାଳ, ପେଟ ଟଣା, ପେଟରେ ଯନ୍ତ୍ରଣା ଅନୁଭବ ହୋଇବ। ପରିବାରରେ ଆନନ୍ଦର ବାତାବରଣ ରହିବ। ଦ୍ରବ୍ୟ ହଜିବାର ଯୋଗ ରହିଛି। ତେଣୁ ସତର୍କ ହୋଇ ଚଳିବା ଆବଶ୍ୟକ। ପରିବାରରେ ଭାତୃ ବିବାଦ ଦେଖାଦେଇପାରେ। ଅପ୍ରିୟ ସତ୍ୟ କଥା କହି ଅନ୍ୟର କ୍ରୋଧର ପାତ୍ର ହୋଇପାରନ୍ତି। ଦୂର ଯାତ୍ରା କରି କାର୍ଯ୍ୟରେ ସଫଳ ହୋଇବେ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଦେଖାଦେଇପାରେ। କର୍ମ କ୍ଷେତ୍ରରେ ଉନ୍ନତି କରିବା ପାଇଁ ପ୍ରତିଦ୍ଵନ୍ଦୀ ମାନଙ୍କୁ ସାମନା କରିବାକୁ ପଡିବ। ଚାକିରୀ କ୍ଷେତ୍ରରେ ପ୍ରତିବାଦର ସମୁଖୀନ ହୋଇବେ। ମାନସିକ କଷ୍ଟ ଭୋଗ କରିବେ। ଛୋଟ ମୋଟ ଶାରୀରିକ କଷ୍ଟ ଭୋଗ ହୋଇବ। ବ୍ୟବସାୟ କ୍ଷେତ୍ରରେ ଲାଭବାନ ହୋଇପାରିବେ। ନୂତନ ବ୍ୟବସାୟରେ ସଫଳତା ପାଇବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ମାନେ ପ୍ରେମରେ ସଫଳତା ଲାଭ କରିବେ। ମହିଳାମାନେ ଭାଗ୍ୟଶାଳି ହୋଇବେ। ବିଦ୍ୟାର୍ଥୀ ମାନେ ଉଚ୍ଚ ଫଳ ଲାଭ କରିବେ।

ଶୁଭ ଦିନ: ୩, ୪, ୫, ୮, ୯, ୧୦, ୧୧, ୧୨, ୧୫, ୧୬, ୧୭, ୧୮, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୩୦, ୩୧

Sagittariusଧନୁ: ଚଳିତ ମାସରେ ଲଗ୍ନାଧିପତି ବୃହସ୍ପତି ପୂର୍ବ ପରି ମିଥୁନ ରାଶିରେ ଗୋଚର କରିବେ। ବୃହସ୍ପତିଙ୍କ ଉପରେ ମଙ୍ଗଳଙ୍କର ପୂର୍ଣ୍ଣ ଦ୍ରୁଷ୍ଟି ରହିବ। ମାନସିକ ଅଶାନ୍ତି ଭୋଗ କରିବେ। ପେଟରେ ପୀଡା ଜନିତ ସମସ୍ଯା ଦେଖାଦେଇପାରେ। ମନରେ ଅଶାନ୍ତି ରହିବ। ଗୃହର ସମସ୍ଯା ନିୟନ୍ତ୍ରଣାଧୀନ ରହିବ। ମନ ବିଚଳିତ ହୋଇ ଭୁଲ କାର୍ଯ୍ୟରେ ଅଗ୍ରସର ହୋଇବେ। ଅର୍ଥ ପ୍ରାପ୍ତି ପାଇଁ ଭୁଲ ମାର୍ଗକୁ ଅନୁସରଣ କରିବେ। ମାନସିକ କଷ୍ଟ ଭୋଗ ହୋଇବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଭୋଗ ହୋଇବ। ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିବ। ଉପୁରି ଦ୍ରବ୍ୟ ଲାଭ ହୋଇପାରେ। ସନ୍ତାନର ସ୍ଵାସ୍ଥ୍ୟକୁ ନେଇ ଚିନ୍ତା ବୃଦ୍ଧି ହୋଇବ। ରାଜନୈତିକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। କର୍ମ କ୍ଷେତ୍ରରେ ନୂତନ ଦାୟୀତ୍ଵ ଗ୍ରହଣ କରିବାକୁ ପଡିବ। ଚାକିରୀ କ୍ଷେତ୍ରରେ କର୍ମର ଚାପ ଅଧିକ ରହିବ। ଚାକିରୀ କ୍ଷେତ୍ରରେ ସ୍ଥାନନ୍ତରଣର ଯୋଗ ରହିଛି। ବ୍ୟବସାୟରେ ସଫଳତା ଲାଭ କରିପାରିବେ। ପୂର୍ବ ଦିଗରୁ ବ୍ୟବସାୟରେ ଅର୍ଥ ଲାଭ ହୋଇବ। ଦୈନଦିନ ଜୀବନ ଚର୍ଯ୍ୟା ମଧ୍ୟରେ ଛୋଟ ମୋଟ ଦୁର୍ଘଟଣାର ଯୋଗ ଥିବାରୁ ସତର୍କ ରହିବା ଆବଶ୍ୟକ ହୋଇବ। ହାତ ଖୋଲା ଖର୍ଚ୍ଚ ଯୋଗୁ ଅଭାବ ଦେଖାଦେବ। ମହିଳାମାନେ ଧର୍ମ ଆଚରଣ କରିବେ। ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୧୧, ୧୨, ୧୩, ୧୪, ୧୭, ୧୮, ୧୯, ୨୦, ୨୩, ୨୫, ୨୬, ୨୭, ୨୮, ୨୯

CAPRICORNମକର: ଚଳିତ ମାସରେ ଲଗ୍ନାଧିପତି ଶନି ପୂର୍ବବତ ମୀନ ରାଶିରେ ଗୋଚର କରିବେ। ଶନିଙ୍କ ସହିତ ମଙ୍ଗଳ ଥିବାରୁ ପରିବାର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ଥିତି ଟାଣ ଟୁଣ ରହିପାରେ। ସ୍ୱାସ୍ଥ୍ୟ ଠିକ ରହିବ। କର୍ମରେ ଆଗ୍ରହ ବୃଦ୍ଧି ପାଇବ। ଇଶ୍ଵରଙ୍କ ଉପରେ ଭରସା ବୃଦ୍ଧି ପାଇବ। ଦେବ କାର୍ଯ୍ୟରେ ମନ ଲଗାଇବେ। ନୂତନ ଭୂମି, ଗୃହ ଆଦି ନିର୍ମାଣ ପାଇଁ ପ୍ରସ୍ତୁତି କରିବେ। ସ୍ତ୍ରୀ ବା ମାତୃ ଶ୍ରେଣୀୟ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହୋଇବ। ଅଜଣା ଆର୍ଥିକ ଖର୍ଚ୍ଚର ସମୁଖୀନ ହୋଇପାରନ୍ତି। ଆତ୍ମ ବିଶ୍ବାସ ବୃଦ୍ଧି ହୋଇବ। ଶତ୍ରୁ ହାନୀ ହୋଇବେ। ସମାଜରେରେ ସମ୍ମାନ ଲାଭ ହୋଇବ।ଶରୀର ରୋଗ ମୁକ୍ତ ହୋଇବ। ପାରିବାରିକ ଶାନ୍ତି ଲାଭ ହୋଇବ। ମନ ମଧ୍ୟରେ ଇଶ୍ଵର ବିଶ୍ବାସ ବୃଦ୍ଧି ହୋଇବ। ସନ୍ତାନ ସୁଖ ପ୍ରାପ୍ତ ହୋଇବ। ନିର୍ମାଣ ମୂଳକ ଯୋଜନାର ଗତି ବୃଦ୍ଧି ହୋଇବ। ବନ୍ଧୁ ମାନେ ଶତ୍ରୁତା ଆଚରଣ କରିବେ। ଅଗ୍ନି ଭୟ ଯୋଗ ରହିଛି। ଚାକିରୀ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ବ୍ୟବସାୟରେ ମାନ୍ଦା ଅବସ୍ଥା ଲାଗି ରହିବ। ଅଯଥା ଭ୍ରମଣରୁ ଦୂରେଇ ରହିଲେ ଶାନ୍ତି ଲାଭ ହୋଇବ। ମହିଳାମାନେ ଚିନ୍ତିତ ରହିବେ। ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଆଗ୍ରହ ପ୍ରକାଶ କରିବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୮, ୯, ୧୦, ୧୩, ୧୪, ୧୫, ୧୬, ୧୭, ୧୮, ୧୯, ୨୦, ୨୧, ୨୨, ୨୫, ୨୬, ୨୭, ୨୯, ୩୦, ୩୧

AQUARIUSକୁମ୍ଭ: ଚଳିତ ମାସରେ ଶନି ଦ୍ଵିତୀୟ ଭାବରେ ପୂର୍ବ ମାସ ପରି ମୀନ ରାଶିରେ ଗୋଚର କରିବେ। ମଙ୍ଗଳ ମୀନ ରାଶିରେ ଚଳିତ ମାସରେ ଶନିଙ୍କ ସହିତ ଗୋଚର କରିବେ। ଛୋଟ ମୋଟ ଶାରୀରିକ ସମସ୍ଯା ଦେଖାଦେବ। ଗୃହ ପାଇଁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରରେ ଭାଇ ଭଉଣୀ ମାନଙ୍କର ସହଯୋଗ ଲାଭ କରିବେ। ମାଲି ମକଦ୍ଧମାରେ ସହଯୋଗ ଲାଭ କରିବେ। ମାଲି ମକଦ୍ଧମାରେ ସଫଳତା ହାସଲ କରିବେ। ମନୋବଳ ଉଚ୍ଚ ରହିବ। ଏକାଗ୍ରତାର ଅଭାବରୁ କାର୍ଯ୍ୟରେ ବିଳମ୍ବ ଦେଖାଦେବ। ଦେବ କାର୍ଯ୍ୟରେ ଅବହେଳା ହେବାର ସମ୍ଭାବନା ରହିଛି। ଅନ୍ୟର କୁ ମନ୍ତ୍ରଣାରେ ପଡି ଭୁଲ ପଦକ୍ଷେପ ନେଇପାରନ୍ତି। ନୂତନ ବନ୍ଧୁଙ୍କ ସହିତ ସାକ୍ଷାତକାର ହୋଇବ। ନିଜର ଦୈନଦିନ କର୍ମକୁ ସୁ ସମ୍ପାଦନ କରି ଆନନ୍ଦ ଲାଭ କରିବେ। ସନ୍ତାନ ସହିତ ମତାନ୍ତର ହୋଇପାରେ। ଦାମ୍ପତ୍ୟ ଜୀବନରେ ଆନନ୍ଦ ଓ ଶାନ୍ତି ଲାଭ ହୋଇବ। କେତେକ କ୍ଷେତ୍ରରୁ ଆର୍ଥିକ ଲାଭ ହୋଇବ। ଚାକିରୀ କ୍ଷେତ୍ରରେ ସଫଳ ହୋଇବେ। ବ୍ୟବସାୟ କ୍ଷେତ୍ରରେ ଠକାମି ଯୋଗୁ ଆର୍ଥିକ କ୍ଷତିର ସମୁଖୀନ ହୋଇବେ। ଚାକିରୀ ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତି ମାନେ ନୂତନ କର୍ମ ନିଯୁକ୍ତି ପ୍ରାପ୍ତ ହୋଇ ପାରନ୍ତି। ମହିଳା ମାନେ ଚିନ୍ତିତ ରହିବେ। ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ।

ଶୁଭ ଦିନ: ୧, ୨, ୩, ୪, ୫, ୬, ୭, ୮, ୯, ୧୦, ୧୧, ୧୨, ୧୯, ୨୦, ୨୧, ୨୨, ୨୩, ୨୮, ୨୯, ୩୦, ୩୧

PISCESମୀନ: ଚଳିତ ମାସରେ ଲଗ୍ନାଧିପତି ଶନି ପୂର୍ବ ମାସ ପରି ଲଗ୍ନରେ ଗୋଚର କରିବେ। ଶନିଙ୍କ ସହ ମଙ୍ଗଳ ମୀନ ରାଶିରେ ମାସ ସାରା ରହିବେ। ସ୍ୱାସ୍ଥ୍ୟ ଗତ ସମସ୍ଯା ଦେଖାଦେବ। ପିତ ଅଧିକ ଯୋଗୁ କଷ୍ଟ ଭୋଗ କରିବେ। ପାରିବାରିକ ଚିନ୍ତା ଲାଗି ରହିବ। ବିବାହିତ ଲୋକଙ୍କର ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିବ। ବାହାର ବ୍ୟକ୍ତି ପାଇଁ ପାରିବାରିକ ଅଶାନ୍ତି ଦେଖାଦେବ। ମନରେ ଉଦବେଗ ଦେଖାଦେବ। ରକ୍ତ ଚାପରେ ପୀଡିତ ହୋଇପାରନ୍ତି। ପରିବାରରୁ ସହଯୋଗ ମିଳିବ। ଚାକିରୀ କ୍ଷେତ୍ରରେ ନୂତନ ଦାୟୀତ୍ଵ ଗ୍ରହଣ କରି ଆନନ୍ଦିତ ହୋଇବେ। ମାଲି ମକଦ୍ଧମାରେ ସଫଳତା ହାସଲ କରିବେ। ନୂତନ ବନ୍ଧୁଙ୍କର ସହଯୋଗରେ ବ୍ୟବସାୟରେ ସଫଳତା ପ୍ରାପ୍ତ କରିପାରିବେ। ଦୂର ଯାତ୍ରାରେ ସଫଳତା ପ୍ରାପ୍ତ କରିବେ। ମାସର ଶେଷ ଭାଗରେ ଉଦର ପୀଡାରେ କଷ୍ଟ ଭୋଗ କରିବେ। ଜୀବନରେ ବିଭ୍ରାନ୍ତିକର ପରିସ୍ଥିତି ଉତ୍ପନ୍ନ ହୋଇବ। ବିଶ୍ଵସ୍ତ ବନ୍ଧୁଙ୍କୁ ତ୍ୟାଗ କରି କଷ୍ଟ ଭୋଗ ହୋଇବ। ଚଳିତ ମାସରେ ଆୟ ଠାରୁ ବ୍ୟୟ ଅଧିକ ହୋଇବ। ମହିଳାମାନେ ଧର୍ମ ପରାୟଣ ହୋଇବେ। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ।

ଶୁଭ ଦିନ: ୬, ୭, ୮, ୯, ୧୦, ୧୧, ୧୨, ୧୩, ୧୪, ୧୭, ୧୮, ୨୧, ୨୨, ୨୩, ୨୪, ୨୫, ୨୬, ୨୭, ୩୦, ୩୧